କୋରୋନା ମାମଲା ବଢ଼ିବା ପରେ ମହାରାଷ୍ଟ୍ରର ଏହି ଜିଲ୍ଲାରେ ଲାଗିଲା ଲକଡାଉନ
Advertisement
trendingNow1852839

କୋରୋନା ମାମଲା ବଢ଼ିବା ପରେ ମହାରାଷ୍ଟ୍ରର ଏହି ଜିଲ୍ଲାରେ ଲାଗିଲା ଲକଡାଉନ

ସୋମବାର ସନ୍ଧ୍ୟା ଠାରୁ ଏକ ସପ୍ତାହ ପାଇଁ ଲକଡାଉନ୍ ଲାଗୁ ହେବ । ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ । 

କୋରୋନା ମାମଲା ବଢ଼ିବା ପରେ ମହାରାଷ୍ଟ୍ରର ଏହି ଜିଲ୍ଲାରେ ଲାଗିଲା ଲକଡାଉନ

ନୂଆଦିଲ୍ଲୀ: COVID-19 Amravati Lockdown: ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଏବଂ ଅମରାବତୀ ଭଳି ଜିଲ୍ଲାରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ରବିବାର କଡା ନିଷ୍ପତ୍ତି ନେଇ ସରକାର ଅମରାବତୀରେ ଏକ ସପ୍ତାହ ପାଇଁ ଲକଡାଉନ (Lockdown) ଲାଗୁ କରିଛନ୍ତି । ଶନିବାର ପୁଣେରେ ୮୪୯ ଓ ଅମରାବତୀରେ ୭୨୭ କୋରୋନା ସଂକ୍ରମିତ ମାମଲା ମିଳିଛି । ସେପଟେ ଆଜି ଅର୍ଥାତ ରବିବାର ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଯଶୋମତି ଠାକୁର ଅମରାବତୀ ଜିଲ୍ଲାରେ ଏକ ସପ୍ତାହର ଲକଡାଉନ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତରେ ରହିଛି ୭୬୮୪ ପ୍ରକାରର କୋରୋନା ଭୂତାଣୁ! ସବୁଠାରୁ ଅଧିକ ଦକ୍ଷିଣ ରାଜ୍ୟରେ

ସୋମବାର ସନ୍ଧ୍ୟା ଠାରୁ ଏକ ସପ୍ତାହ ପାଇଁ ଲକଡାଉନ୍ ଲାଗୁ ହେବ । ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ । ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଏହା ପରେ ମଧ୍ୟ ଲୋକମାନେ ନିୟମ ପାଳନ ନକଲେ ଲକଡାଉନ (Lockdown) ଅବଧି ବୃଦ୍ଧି କରାଯିବ ।  କୋରୋନା (Coronavirus) ର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏହି କଠୋର ନିଷ୍ପତ୍ତି ନିଆଯାଇଛି ।

Trending news